ଓଡ଼ିଆ ସନ୍ଦେଶ Odia Sandesh

Click here to download Odia Sandesh for Android

Developed by:CALTS,
School of Humanities,
University of Hyderabad.
Principal Investigator : Prof. G. Umamaheshwar Rao

'Odia Sandesh' is a keyboard which can be installed(See Installation Procedure)and used in all applications on your android device. 'Odia Sandesh' allows one to type in Odia on the phone or any android device where in Odia letters are realized by single key-strokes (instead of multitaps) very fast and very conveniently. All characters are accommodated in two layers unlike other apps.

’ଓଡ଼ିଆ ସନ୍ଦେଶ’ ଏକ କି’ ବୋର୍ଡ଼ ଯାହାକୁ ଆଣ୍ଡ୍ରଏଡ (android) ସୁବିଧାଥିବା ଫୋନ ଏବଂ ଟାବ୍ଲେଟରେ ବ୍ୟବହାର କରିବାପାଇଁ ପ୍ରସ୍ତୁତ କରାଯାଇଛି । ମଲ୍‌ଟିଆପ୍‌ସ ପରିବର୍ତ୍ତେ ସିଙ୍ଗଲ କି’ ଷ୍ଟ୍ରୋକ୍‌ଦ୍ୱାରା ଏଥିରେ ସହଜରେ ଓ ଶୀଘ୍ର ଓଡ଼ିଆରେ ଟାଇପ କରିବାପାଇଁ ଓଡ଼ିଆ ବର୍ଣ୍ଣମାଳାର ସମସ୍ତ ଅକ୍ଷରକୁ ରଖାଯାଇଛି । ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସେଣ୍ଟର ଫର ଆପ୍ଲାଏଡ ଲିଙ୍ଗୁଇଷ୍ଟିକ୍‌ସ ଆଣ୍ଡ ଟ୍ରାନ୍‌ସଲେସନ ଷ୍ଟଡିଜ’ଦ୍ୱାରା ପ୍ରସ୍ତୁତ ଏହି କି’ ବୋର୍ଡକୁ ସମସ୍ତେ ମାଗଣାରେ ବ୍ୟବହାର କରିପାରିବେ


odia1


odia2


eng eng

Features:
ବୈଶିଷ୍ଟ୍ୟ:

1. Characters are arranged in sequence which makes Character Identification very simple.
୧. ଅକ୍ଷରଗୁଡ଼ିକୁ କ୍ରମାନୁସାରେ ରଖାଯାଇଥିବାରୁ ଏଗୁଡ଼ିକୁ ସହଜରେ ଚିହ୍ନିହେବ ।

2. Characters are arranged in two layers where the second layer is invoked by pressing Shiftkey.
୨. ଅକ୍ଷରଗୁଡ଼ିକ ଦୁଇଟି ସ୍ତରରେ ରହିଛି ୤ ତେଣୁ ଆପଣ ଶିଫ୍‌ଟ କି’ ଟିପି ଦ୍ୱିତୀୟ ସ୍ତରରେ ଥିବା ଅକ୍ଷରଗୁଡ଼ିକ ବ୍ୟବହାର କରିପାରିବେ ।

3. Text entered is always in UNICODE.
୩. ଲେଖିବାପାଇଁ ସବୁବେଳେ ‘ୟୁନିକୋଡ’ ବ୍ୟବହୃତ ହେବ ।

4. Symbols and Digits are accommodated.
୪. ସମସ୍ତ ଚିହ୍ନ ଓ ସଂଖ୍ୟାଗୁଡ଼ିକୁ ସାମିଲ କରାଯାଇଛି।

5. Special and rare characters are also included.
୫. ବିଶେଷ ଧରଣର ଓ ବିରଳ ଅକ୍ଷରଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି ।

6. Vowel and consonantal diacritics are automatically formed.
୬. ସ୍ୱର ଓ ବ୍ୟଞ୍ଜନ ବର୍ଣ୍ଣର ମାତ୍ରାଗୁଡ଼ିକ ଆପେଆପେ ରୂପାୟିତ ହୋଇଯିବ।


Installation Procedure:
ଇନଷ୍ଟଲ କରିବା ବିଧି:

1. Download 'Odia Sandesh' from here and install this application accordingly on your phone. An Icon is created.
୧.ଏଠାରେ ‘ଓଡ଼ି ଆ ସନ୍ଦେଶ’ ଡାଉନଲୋଡ କରନ୍ତୁ ଓ ସେହି ଅନୁସାରେ ଏହାକୁ ଆପଣଙ୍କ ଫୋନରେ ଇନଷ୍ଟଲ କରନ୍ତୁ । ଏହାପରେ ଗୋଟିଏ ଆଇକନ ତିଆରି ହୋଇଯିବ ।

2. Click on the icon to Open the application, then goto "“ବିଷୟରେ”" -> click on "ସ୍ଥାପନ ନିମନ୍ତେ"-> "Language & input/Locale & text" -> select 'Odia Sandesh' and mark check on Green.
୨. ଏହାକୁ ପ୍ରୟୋଗ କରିବାପାଇଁ ଆଇକନକୁ ଟିପନ୍ତୁ । ତା’ପରେ “ବିଷୟରେ”କୁ ଯାଇ “ସ୍ଥାପନ ନିମନ୍ତେ” ବଟନକୁ ଟିପନ୍ତୁ -> language & input/ Locale & text” -> ‘ଓଡ଼ିଆ ସନ୍ଦେଶ’କୁ ସିଲେକ୍ଟ କରି ସବୁଜ ରଙ୍ଗର ବଟନ ଟିପନ୍ତୁ।

3. Again Go to "Settings"->"Language & input/Locale & text"-> set Default Keyboard/ Input Method as 'Odia Sandesh'.
୩. ପୁଣି “settings”କୁ ଯାଆନ୍ତୁ -> “Language & input/Locale & text” -> Default Keyboard/Input Methodକୁ ‘ଓଡ଼ିଆ ସନ୍ଦେଶ’ ଭାବରେ ସେଟ କରନ୍ତୁ ।

4. Now the Keyboard is ready for use.
୪. ବର୍ତ୍ତମାନ କି’ ବୋର୍ଡ ବ୍ୟବହାରପାଇଁ ପ୍ରସ୍ତୁତ ।

5. Open any text editor, keyboard appears on the screen.
୫. କୌଣସି text editor ଖୋଲନ୍ତୁ, ସ୍କ୍ରିନଉପରେ କି ବୋର୍ଡ ଦେଖାଯିବ ।

6. Experience Fast & Easy way of typing Odia on android devices.
୬. ଆଣ୍ଡ୍ରଏଡ ଜରିଆରେ ସହଜରେ ଓ ଶୀଘ୍ର ଓଡ଼ିଆ ଅକ୍ଷର ଟାଇପ କରିବାର ଅଭିଜ୍ଞତା ଲାଭ କରନ୍ତୁ ।

7. 'Odia Sandesh' is a versatile input method which makes your typing very Fast & easy on phones & tablets.
୭. ‘ଓଡ଼ିଆ ସନ୍ଦେଶ’ ହେଉଛି ଏକ ବହୁମୁଖୀ ନିବେଶ ପଦ୍ଧତି। ଏହାଦ୍ୱାରା ଆପଣ ଫୋନ ଓ ଟାବ୍ଲେଟରେ ସହଜରେ ଓ ଶୀଘ୍ର ଓଡ଼ିଆରେ ଟାଇପ କରିପାରିବେ ।

ଉଦାହରଣ: ସଂସ୍କୃତି <= ସ+ଂ+ସ+୍‌+କ+ୃ+ତ+ି
You can input English in between Odia by switching to <ENG> mode and also Symbols by pressing the <123> button.
ଆପଣ <ENG> mode ଜରିଆରେ ଓଡ଼ିଆ ଶବ୍ଦଗୁଡ଼ିକର ମଝିରେ ଇଂରେଜୀ ଶବ୍ଦ ଲେଖିପାରିବେ । ସେହିଭଳି <123> ବଟନ ଟିପି ଚିହ୍ନଗୁଡ଼ିକ ମଧ୍ୟ ଲେଖିପାରିବେ ।

There is no need to change the IME for typing in English/Odia. Stay with 'Odia Sandesh' & enjoy the typing.
ଓଡ଼ିଆ କିମ୍ବା ଇଂରେଜୀରେ ଟାଇପ କରିବାପାଇଁ ଆପଣଙ୍କୁ IME ବଦଳାଇବା ଦରକାର ନାହିଁ । ‘ଓଡ଼ିଆ ସନ୍ଦେଶ’ବ୍ୟବହାର କରନ୍ତୁ ଓ ଟାଇପ କରିବାର ଅନୁପମ ଅନୁଭବ ଲାଭକରନ୍ତୁ ।

NOTE: This is only an input method tool for typing.
ନୋଟ: ଏହା ହେଉଛି ଟାଇପ କରିବାପାଇଁ କେବଳ ଏକ ନିବେଶ ପଦ୍ଧତି।

"YOUR DEVICE MUST SUPPORT ODIA REGIONAL LANGUAGE, OTHERWISE SHOWS SQUARE/BLANK BOXES."
“ଆପଣଙ୍କ ଫୋନ/ଟାବଲେଟରେ ଓଡ଼ିଆ ଭାଷାକୁ ଲେଖିବା ସରଞ୍ଜାମ ଥିବା ଦରକାର, ନଚେତ ଅକ୍ଷରଗୁଡ଼ିକ ଚାରିକୋଣିଆ ଘରଭଳି ଦେଖାଯିବ।”